ସାମ୍ୟବାଦୀ ଆନ୍ଦୋଳନର ସ୍ୱତନ୍ତ୍ର ପରିଚୟ ରବି ରାୟ
ବାଲିପାଟଣା (ଅରୁଣ ଶତପଥୀ) : ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଓ଼ ରବି ରାୟ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ତାଙ୍କର ଜନ୍ମସ୍ଥାନ ତଥା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭଅଁରା ନିଜିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦ ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କ୍ଷୀରୋଦ…
