ପୁରୀ: ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ସେ ରାଜସ୍ଥାନର ବୋଲି ପରିଚୟ ଦେଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ପିନ୍ଧିଥିବା ଆର୍ମୀ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭ ରହିଛି । ଏନେଇ ସିଂହଦ୍ଵାର ଥାନା ପୋଲିସ୍ ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଥିଲେ ଦଲାଲ୍। ଟଙ୍କା ନେଇ ଜଗା ଦର୍ଶନ, ୫ଦିନରେ ୧୧ ଗିରଫ ହୋଇଥିଲେ । ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ୧୧ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା । ସିସିଟିଭି ଫୁଟେଜ, ତଥ୍ୟ ଓ ପ୍ରମାଣ ଆଧାରରେ ଏମାନଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସହ କାହାର ସଂପୃକ୍ତି ଅଛି, ତାହାର ତଦନ୍ତ କରାଯାଉଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଥିଲେ । ଆଜି ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି।
