ଯୋଗ ଦ୍ଵାରା ନିରୋଗ ରହିବା: ନାଉଗାଁରେ ଯୋଗ ଦିବସ

ଜଗତସିଂହପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀଙ୍କ ସଭାପତିତ୍ୱରେ ଏବଂ ଏନସିସି ଶିକ୍ଷକ ତଥା ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ମାନସ କୁମାର ବେହେରାଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ବାବା ସତ୍ୟାନନ୍ଦ ଦାସ ଯୋଗଦେଇ ଯୋଗ ଦ୍ଵାରା ନିରୋଗ ରହିବା ଓ ସୁସ୍ଥ ଜୀବନ ଯାପନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି ଯୋଗଦେଇ ଯୋଗର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ପତଞ୍ଜଳିର ଯୋଗଗୁରୁ ସୋମନାଥ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ପ୍ରଶିକ୍ଷଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ଶିକ୍ଷା କର୍ମଚାରୀ ଏବଂ ଏନସିସି କ୍ୟାଡେଟ୍ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *