ଦୟନୀୟ ଅବସ୍ଥାରେ ବସ୍ ଷ୍ଟପ୍, କେବେ ଦୃଷ୍ଟି ଦେବେ ସରକାର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଥିବା ବସ୍ ଷ୍ଟପ୍ର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସାମାଜିକ କର୍ମୀ ସୁନିଲ କୁମାର ମାଟିଆ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବସ ଷ୍ଟପଟି ନାଉଗାଁ ମେଡିକାଲ୍, ତହସିଲ୍ କାର୍ଯ୍ୟାଳୟ, ବ୍ଲକ ଅଫିସ୍, ଶିଶୁ ମଙ୍ଗଳ କାର୍ଯ୍ୟାଳୟ , ପଶୁ ଚିକିତ୍ସାଳୟ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଶ୍ରୀ ଜଗନ୍ନାଥ…
