Headlines

ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ପ୍ରଧାନ ଶିକ୍ଷକ

ଜଗତସିଂହପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧୀନ ଡାବର ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ସ୍ୱାଇଁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ସୁରକ୍ଷା ହେଲ୍ପଲାଇନରେ ଅଭିଯୋଗ କରିଥିଲେ।  ଖବର ପାଇ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମୁଖ୍ୟ ଅଧିକାରୀଙ୍କ ସମେତ  ତିନି ଜଣିଆ ଟିମ ବିଦ୍ୟାଳୟକୁ ଆସି ଛାତ୍ରୀଙ୍କ ଠାରୁ ତମାମ ଘଟଣା ଅବଗତ ହେବାପରେ,  ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା ।

ପରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଣୀ ରାଜଶ୍ରୀ ସାହୁ ଓ ବ୍ଳକ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଠାରୁ ସମସ୍ତ ବିଷୟ ବୁଝିବା ପରେ ପ୍ରଧାନ ଶିକ୍ଷକ ରୁଦ୍ରପ୍ରସାଦ ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ବ୍ଳକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ନାଉଗାଁ ଥାନାରେ ମଧ୍ୟ  ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଭିତ୍ତି କରି ନାଉଗାଁ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇ ଆଜି ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବା ନେଇ ନଉଗାଁ ଥାନା ପକ୍ଷରୁ ସୂଚନା ମିଳିଛି।

ପ୍ରକାଶଥାଉକି, ରାଜ୍ୟରେ ଶିଶୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାସକ ବିଜେପି ସରକାରକୁ ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ଘେରିଥିବା ସମୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଶିଶୁ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ