ପ୍ରାଥମିକ ଶିକ୍ଷା ପାଇଁ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ: ମୋହନ ସରକାର

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର…

ଆହୁରି ପଢନ୍ତୁ

ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ: କଳା ଓ ସଂସ୍କୃତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ

ନାଉଗାଁ;୧୬।୬ : ପବିତ୍ର ରଜ ଉତ୍ସବ ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ସ୍ଥିତ ମା’ ଜାଗୁଳାଇ ମନ୍ଦିର ପରିସରରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ଡାକ୍ତର ବିଚିତ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା…

ଆହୁରି ପଢନ୍ତୁ

ପୁଣି ଥରିଲାଣି ଛାତି, ହୁ ହୁ ହୋଇ ବଢୁଛି କରୋନା

ଭୁବନେଶ୍ବର:  ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୪୫ ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ  ହେବା…

ଆହୁରି ପଢନ୍ତୁ

ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି: ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଶତ ପ୍ରତିଶତ ସଫଳତା

ବାଲିପାଟଣା (ଅରୁଣ ଶତପଥୀ): ପ୍ରକାଶ ପାଇଛି ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାଫଳ । ଏଥିରେ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ମିଳିଛି ଶତ ପ୍ରତିଶତ ସଫଳତା। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରୁ ପଞ୍ଚମ ଓ ତୃତୀୟ ଶ୍ରେଣୀରୁ ପରୀକ୍ଷା ଦେଇଥିବା ଦୁଇ ଜଣ ଲେଖାଏଁ ଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ସରକାରୀ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଶିକ୍ଷାବର୍ଷ ପାଇଁ ପଞ୍ଚମ…

ଆହୁରି ପଢନ୍ତୁ

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ: ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ମୋବାଇଲ ଫୋନ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅଧୀନ କୁରୁଞ୍ଜିପୁର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ବେହେରା ଯୋଗଦେଇ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ସଭାପତିତ୍ୱ…

ଆହୁରି ପଢନ୍ତୁ

ଜଳେଶ୍ଵର ପଡ଼ାରେ ଦୋଳ ମେଳଣ, ଅହୋରାତ୍ର ନାମଯଜ୍ଞ

ଜଗତସିଂହପୁର : ପବିତ୍ର ଦୋଳ ଉତ୍ସବରେ ପ୍ରଭୁ ଦୋଳଗୋବିନ୍ଦଙ୍କ ବିବାନ ଯାତ୍ରା ଅବସରରେ ନଉଗାଁ ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପଡା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦ୍ବାଦଶ ବର୍ଷରେ ପଦାର୍ପଣ କରିଥିବା ଉତ୍ସବରେ ଚଳିତ ବର୍ଷ ପ୍ରଭୁ ଗୋପୀନାଥ ଜୀଉ ଝୁଲଣ ମଣ୍ଡପରେ ବିବାନରେ ଅଧିଷ୍ଠିତ ହୋଇ ଗ୍ରାମବାସୀଙ୍କୁ ଆର୍ଶୀବାଦ କରିବା ସହିତ ତିନି ଦିନ ବ୍ୟାପୀ ଅହୋରାତ୍ର ନାମଯଜ୍ଞ ଚାଲିଥିଲା। ଶେଷ ଦିନରେ ନଗର ପରିକ୍ରମା ଓ…

ଆହୁରି ପଢନ୍ତୁ

ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ଅନୁଯାୟୀ, ଆଜି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ବିରୋଧୀ ଓ ଶାସକ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀ ଓ ଶାସକ ବିଧାୟକଙ୍କ ହାତାହାତି ଦୃଶ୍ୟ ମଧ୍ୟ ଆଜି ଦେଖିବାକୁ ମିଳିଥିଲା।…

ଆହୁରି ପଢନ୍ତୁ

ଦରବାର ସାହିତ୍ୟ ସଂସଦ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ

ବାଲିପାଟଣା (ଅରୁଣ ଶତପଥୀ): ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦରବାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ତଥା ମୈତ୍ରୀ ନେଟଓର୍କର ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଓ ଝୋଟି ପ୍ରତିଯୋଗିତା ସଂସଦର ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।  ଏହି କାର୍ଯ୍ୟକ୍ରମରେ ମୋଟ ୫୦  ଜଣ ମହିଳା ଅଂଶଗ୍ରହଣ କରିଥିଲେ ।  ଅତିଥିମାନଙ୍କ ମଧ୍ୟରେ ବାଲିପାଟଣା ଥାନା ଏଏସଆଇ ପ୍ରମୋଦିନୀ ମିଶ୍ର, ବ୍ରେକ ଥ୍ରୋ ଅନୁଷ୍ଠାନର ସିନିଅର ମ୍ୟାନେଜେର ପ୍ରଜ୍ଞା ପାରମିତା…

ଆହୁରି ପଢନ୍ତୁ

ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ପ୍ରଧାନ ଶିକ୍ଷକ

ଜଗତସିଂହପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧୀନ ଡାବର ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ସ୍ୱାଇଁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ସୁରକ୍ଷା ହେଲ୍ପଲାଇନରେ ଅଭିଯୋଗ କରିଥିଲେ।  ଖବର ପାଇ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମୁଖ୍ୟ ଅଧିକାରୀଙ୍କ ସମେତ  ତିନି ଜଣିଆ ଟିମ…

ଆହୁରି ପଢନ୍ତୁ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଅନୁଷ୍ଠିତ

ବାଲିଅନ୍ତା (ଅରୁଣ ଶତପଥୀ) : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଓ ପୁରସ୍କାର ବିତରଣ ଉତ୍ସବ ଆଜି ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଟ ସଦସ୍ୟ ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କଲାପରେ ମୁଖ୍ୟ…

ଆହୁରି ପଢନ୍ତୁ