ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ: କଳା ଓ ସଂସ୍କୃତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ

ନାଉଗାଁ;୧୬।୬ : ପବିତ୍ର ରଜ ଉତ୍ସବ ଅବସରରେ ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡ଼ା ସ୍ଥିତ ମା’ ଜାଗୁଳାଇ ମନ୍ଦିର ପରିସରରେ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବରେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ବିଶିଷ୍ଟ ସମାଜସେବୀ ଡାକ୍ତର ବିଚିତ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ଲଲାଟେନ୍ଦୁ ପରିଡ଼ା ଯୋଗ ଦେଇଥିଲେ । ଏହି ଅବସରରେ ସାମାଜିକ କର୍ମୀ ପ୍ରସନଜିତ୍ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର କର୍ମକର୍ତ୍ତା ଶିକ୍ଷକ ଅକ୍ଷୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ପରିଷଦର ସମ୍ପାଦକ ସୁକାନ୍ତ କୁମାର ଲେଙ୍କା ବିବରଣୀ ପାଠ କରିଥିବା ବେଳେ ସଭାପତି ହିମାଂଶୁ କୁମାର ମହାନ୍ତି ଅନୁଷ୍ଠାନର କୃତିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କୁନିକୁନି ପିଲାମାନଙ୍କ ଦ୍ଵାରା ଚିତ୍ର ପ୍ରଦର୍ଶନୀ ।ଶେଷରେ ଶିକ୍ଷକ ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ଭାବରେ ସମ୍ପାଦକ ସୁକାନ୍ତ କୁମାର ଲେଙ୍କାଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଲୋକପ୍ରିୟ ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ସିନେ କଳାକାର ନମ୍ରତା ଦାସ , ମୁଖ୍ୟ ବକ୍ତା ଭାବରେ ଜଗତିଂହପୁର ଜିଲ୍ଲା ଭାଜପା ସଭାପତି ପ୍ରତାପ କୁମାର ମିଶ୍ର ଯୋଗ ଦେଇ କଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିଲେ ସମାଜ ବିକଶିତ ହେବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସମାଜସେବୀ ଦୀପକ ବିଶ୍ଵାଳ, ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ। ମମତା ପରିଡ଼ା, ସମାଜସେବୀ ଦୀପକ ବିଶ୍ଵାଳ, ବିକେ ଇଞ୍ଜିନିୟରିଂ କଲେଜର ସତ୍ତ୍ୱାଧିକାରୀ ନେତ୍ରାନନ୍ଦ ଜେନା, ଧାରାବାହିକ ନିର୍ଦ୍ଦେଶକ ଆଲୋକ ପରିଡ଼ା ଉପସ୍ଥିତ ଥିଲେ । ଶିକ୍ଷକ ବସନ୍ତ କୁମାର ଦାସ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ । ମଞ୍ଚାସିନ ଅତିଥିମାନେ ସଂସ୍କୃତି ଓ କଳାର ସୁରକ୍ଷା ଓ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ।

ଗୁରୁ ରାମଚନ୍ଦ୍ର ମୁଦୁଲି, ଗୁରୁ ସରୋଜ କୁମାର ମହାନ୍ତି, ଗୁରୁ ସୁଧୀର କୁମାର ବେହେରା ଓ ଗୁରୁ କେଶବ ଚନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଭାପତି ହିମାଂଶୁ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ବୁଲାକି ସେଠୀ, ବବିତା ସାମନ୍ତରାୟ, ଶୁଭାକାକ୍ଷୀ ମହାରଣା, ଜଗତଜୀବନ ଭୋଇ, ତପନ କୁମାର ବେହୁରା , ପ୍ରିୟଦର୍ଶିନୀ ପରିଡ଼ା ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо