ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି: ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଶତ ପ୍ରତିଶତ ସଫଳତା

ବାଲିପାଟଣା (ଅରୁଣ ଶତପଥୀ): ପ୍ରକାଶ ପାଇଛି ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାଫଳ । ଏଥିରେ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ମିଳିଛି ଶତ ପ୍ରତିଶତ ସଫଳତା। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରୁ ପଞ୍ଚମ ଓ ତୃତୀୟ ଶ୍ରେଣୀରୁ ପରୀକ୍ଷା ଦେଇଥିବା ଦୁଇ ଜଣ ଲେଖାଏଁ ଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ସରକାରୀ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଶିକ୍ଷାବର୍ଷ ପାଇଁ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ତୁରିନ୍ତିରା ଗ୍ରାମର ଗୋକୁଳାନନ୍ଦ ସାବୁତ ଏବଂ ଅଞ୍ଜନାବାଳା ସାବୁତଙ୍କ କନ୍ୟା ବିଜୟଲକ୍ଷ୍ମୀ ସାବୁତ ବ୍ଳକରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଆଇତଳଙ୍ଗ ଗ୍ରାମର କୈଳାସ ଚନ୍ଦ୍ର ମହାନ୍ତି ଏବଂ ରାଜଲକ୍ଷ୍ମୀ ମହାନ୍ତିଙ୍କ କନ୍ୟା ରାଜଶ୍ରୀ ମହାନ୍ତି ବ୍ଲକରେ ସପ୍ତମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି ।

ସେହିପରି ତୃତୀୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ପୂବାଗଡ଼ ଗ୍ରାମର ପ୍ରତାପ କୁମାର ସ୍ଵାଇଁ ଏବଂ ନିହାରିକା ସ୍ଵାଇଁଙ୍କ କନ୍ୟା ପ୍ରକୃତି ସ୍ବାଇଁ ଏବଂ ବସନ୍ତଡିହ ଗ୍ରାମର ବାଇଧର ରାଉତ୍ ଏବଂ ସସ୍ମିତା ରାଉତଙ୍କ କନ୍ୟା ଗାୟତ୍ରୀ ରାଉତ ସଫଳତା ହାସଲ କରି ବୃତ୍ତି ରାଶି ପାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ସୂଚନାଯୋଗ୍ୟ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଏହି ବିଦ୍ୟାଳୟର ସର୍ବାଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାଫଳ ପ୍ରକାଶ ପାଇବାପରେ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо