ଦରବାର ସାହିତ୍ୟ ସଂସଦ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ

ବାଲିପାଟଣା (ଅରୁଣ ଶତପଥୀ): ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦରବାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ତଥା ମୈତ୍ରୀ ନେଟଓର୍କର ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଓ ଝୋଟି ପ୍ରତିଯୋଗିତା ସଂସଦର ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।  ଏହି କାର୍ଯ୍ୟକ୍ରମରେ ମୋଟ ୫୦  ଜଣ ମହିଳା ଅଂଶଗ୍ରହଣ କରିଥିଲେ ।  ଅତିଥିମାନଙ୍କ ମଧ୍ୟରେ ବାଲିପାଟଣା ଥାନା ଏଏସଆଇ ପ୍ରମୋଦିନୀ ମିଶ୍ର, ବ୍ରେକ ଥ୍ରୋ ଅନୁଷ୍ଠାନର ସିନିଅର ମ୍ୟାନେଜେର ପ୍ରଜ୍ଞା ପାରମିତା ବସ୍ତିଆ, ତୁରିନ୍ତିରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ, ତୁରିନ୍ତିରା ମହିଳା ମହାସଙ୍ଗର ସମ୍ପାଦିକା ଜ୍ଞାନଞ୍ଜଳି ଦାସ, ଦରବାର ସାହିତ୍ୟ ସଂସଦର କର୍ମୀ ମିନା ସାହୁ ଯୋଗଦେଇ ସମାଜରେ ମହିଳା ମାନଙ୍କ ଭୂମିକା ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ।  ମହିଳା ମାନଙ୍କ ଉନ୍ନତି ହେଲେ ଦେଶର ଉନ୍ନତି  ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏଥି ସହିତ ଦେଶ ହେଉ ବା ରାଜ୍ୟ ହେଉ ବା ପରିବାର ହେଉ ସବୁ ଜାଗାରେ ମହିଳାମାନଙ୍କୁ ସମ୍ମାନ ଦେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ମହିଳା ଦିବସ ଉପଲକ୍ଷେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  ଏହି ପ୍ରତିଯୋଗିତାରେ ସନ୍ତୋଷିନୀ ମୁଦୁଲି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,  ଶୁଚିସ୍ମିତା ସାହୁ ଦ୍ୱିତୀୟ ଓ ରାନୁ ମଲ୍ଲିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଗୀତ ପ୍ରତିଯୋଗିତାରେ  ପ୍ରଥମ ସ୍ଥାନରେ ତପସ୍ଵିନୀ ମଲ୍ଲିକ, ଦ୍ୱିତୀୟ ସ୍ଥାନରେ ସୁଶ୍ରୀ ସଙ୍ଗୀତା  ମହାନ୍ତି ଓ ତୃତୀୟରେ ପୁଷ୍ପାଞ୍ଜଳି ଭୋଇଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରାଯାଇ ଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଅନୁଷ୍ଠାନର କର୍ମୀ ଅନ୍ନପୂର୍ଣ୍ଣା ମହାରଣା ସ୍ୱାଗତ ଭାଷଣ ଦେବା ସହିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦରବାର ସାହିତ୍ୟ ସଂସଦର କର୍ମୀ ଶ୍ରୀମତୀ ମହାରଣା ଓ ପୁଷ୍ପଲତା ପ୍ରଧାନ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо