ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ଵନାଥପୁର ଛକ ନିକଟରେ ସର୍ଟ ସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ଘର ଜଳି ଯାଇଛି ।  ଏହା ସହିତ ଘରେ ଥିବା  ସୁନା ଗହଣା ସହିତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁଯାଇ ଉକ୍ତ  ଛକ ନିକଟରେ ନେତ୍ରାନନ୍ଦ ସତପଥିଙ୍କ ଘରେ ଗତ କାଲି ବ୍ରତଘର ଉତ୍ସବ ପାଳନ ହୋଇଥିଲା।ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ପଡୋଶୀ  ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ନିକଟସ୍ଥ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ ସୂଚନା ଦେଇଛନ୍ତି। ତେବେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇ ଯାଇଥିବା ବେଳେ ସୁନା ଗହଣା ସହିତ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଘର ମାଲିକ କହିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо