କଟକ: ଟ୍ରେନରେ ଯାଁଳା ଶିଶୁ ଜନ୍ମ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ ଶିଶୁ ଜନ୍ମ ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ଆଉ ଏକ ଶିଶୁ ଜନ୍ମ ନେଇଛି । ମହିଳା ପୋଲିସ କର୍ମଚାରୀଙ୍କ ସହାୟତାରେ ଟ୍ରେନ ଭିତରେ ଡେଲିଭରୀ ହୋଇଥିଲା। କଟକ ରେଳ ଷ୍ଟେସନରେ ମାଇକ୍ ଯୋଗେ ସହାୟତା ମାଗିଥିଲା କଟକ ଆରପିଏଫ୍ ପୋଲିସ । ପରେ ଜଣେ ଫାର୍ମାସିଷ୍ଟ ଆସି ସହାୟତା ପ୍ରଦାନ କରିଥିଲେ । ବିଶେଷ କରି ମହିଳା ଆରପିଏଫ କର୍ମଚାରୀ ଏବଂ ଜଣେ ଫାର୍ମାସିଷ୍ଟଙ୍କ ସହାୟତାକୁ ଲୋକେ ପ୍ରଶଂସା କରିଛନ୍ତି ।
ସୂଚନା ଅନୁଯାୟୀ, ଅଭିଯୋଗ ପରେ କଟକ ରେଳବାଇ କର୍ମଚାରୀ ପପ୍ରସ୍ତୁତ ଥିଲେ। ରାଜାରାଣୀ ଏକ୍ସପ୍ରେସ ସକାଳ ୬ଟା ୫୩ ସମୟରେ ପ୍ଲାଟ ଫର୍ମ ୩ରେ ପହଁଚିବା ପରେ ତୁରନ୍ତ ପ୍ରସୂତିକୁ ଟ୍ରେନ ଭିତରୁ ପ୍ଲାଟଫର୍ମକୁ ଆଣିଥିଲେ । ସେତେବେଳକୁ ମହିଳା ଜଣଙ୍କ ଗୋଟିଏ ସନ୍ତାନ ପ୍ରସବ କରିସାରିଥିଲେ। ମାଇକ୍ ଯୋଗେ ଟ୍ରେନରେ ଯାତ୍ରା କରୁଥିବା ଚିକିତ୍ସକଙ୍କ ସହାୟତା ଲୋଡ଼ା ଯାଇଥିଲା । ସଙ୍ଗେ ସଙ୍ଗେ ଷ୍ଟେସନରେ ଥିବା ଜଣେ ଫାର୍ମାସିଷ୍ଟ ପ୍ରସୂତିଙ୍କ ନିକଟକୁ ଯାଇ ପ୍ରାଥମିକ ଚିକିତ୍ସା ଦେଇଥିଲେ । ତେବେ ଯାଆଁଳା ଶିଶୁ ଥିବାରୁ ଆଉ ଗୋଟିଏ ସନ୍ତାନ ପ୍ରସବ ଜନିତ ଯନ୍ତ୍ରଣା ବଢିଥିଲା। ଆମ୍ବୁଲାନ୍ସ ଯୋଗେ ମହିଳା ଆରପିଏଫ କର୍ମଚାରୀ ସହାୟତାରେ ହସପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରସୂତି ଆଉ ଗୋଟିଏ ସନ୍ତାନ ଜନ୍ମ ଦେଇଛନ୍ତି। ରେଳ କର୍ମଚାରୀଙ୍କ ଏ ସେବାକୁ ସାଧାରଣରେ ପ୍ରସଂଶା କରାଯାଉଛି।
