Headlines

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ: ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ମୋବାଇଲ ଫୋନ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅଧୀନ କୁରୁଞ୍ଜିପୁର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ବେହେରା ଯୋଗଦେଇ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶୁଭ୍ରାଂଶୁ ବାଳା ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ଲେଙ୍କା ପିଲାମାନଙ୍କୁ ସୁନ୍ଦର ଉପଦେଶ ମାନ ଦେଇଥିଲେ।

ମୋବାଇଲ ଫୋନ ଏବେ ପିଲା ମାନଙ୍କ ଭବିଷ୍ୟତ ନଷ୍ଟ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ତେଣୁ ଅଭିଭାବକମାନେ ଏ ଦିଗରେ ତ୍ୱରିତ ପଦକ୍ଷପ ଗ୍ରହଣ କରିବା ଉଚିତ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।  ନିଜର ଭବିଷ୍ୟତ ଜୀବନ ସୁନ୍ଦର କରିବାକୁ ଏବେ ଠାରୁ ଛାତ୍ରଛାତ୍ରୀମାନେ କଠୋର ପରିଶ୍ରମ କରିବାକୁ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ନାୟକ, ବିପିନ୍ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ରାଉତ, ପଞ୍ଚ ସଖା ଶିକ୍ଷା ସେତୁର ଅଧ୍ୟକ୍ଷ ପ୍ରସନ୍ନ କୁମାର ଶର୍ମା ,ସଭାପତି ଚକ୍ରଧର ନାୟକ, କୁଞ୍ଜବିହାରି ପ୍ରଧାନ, ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ମହାନ୍ତି, ବିଚିତ୍ରାନନ୍ଦ ମିଶ୍ର ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ମୂଲ୍ୟବାନ ମନ୍ତବ୍ୟ ରଖିଥିଲେ।ପରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ଅନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ଉଷାରାଣୀ ଷଡଙ୍ଗୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ