ସାମ୍ୟବାଦୀ ଆନ୍ଦୋଳନର ସ୍ୱତନ୍ତ୍ର ପରିଚୟ ରବି ରାୟ

ବାଲିପାଟଣା (ଅରୁଣ ଶତପଥୀ) : ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଓ଼ ରବି ରାୟ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ତାଙ୍କର ଜନ୍ମସ୍ଥାନ ତଥା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭଅଁରା ନିଜିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦ ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର ତାଙ୍କ ଅଭିଭାଷଣରେ ସାମ୍ୟବାଦୀ ଆନ୍ଦୋଳନରେ ରବି ରାୟ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି କହିଥିଲେ। ସେ ବୁର୍ଜୁଆ ପ୍ରୋଲୋଟେରିଏଟ ବର୍ଗଠୁ ଊର୍ଦ୍ଧ୍ଵରେ ଥିଲେ। ମୁଖ୍ୟ ବକ୍ତାଭାବେ ପରିବେଶବିତ ପ୍ରଫୁଲ ସାମନ୍ତରା ଯୋଗଦାନ କରି ସାମ୍ୟବାଦୀ ନେତା ସଂଗ୍ରାମୀ ରବି ରାୟ ଜଣେ ଆଦର୍ଶବାଦୀ ନେତା ଥିଲେ ବୋଲି କହିଥିଲେ। ରବି ରାୟଙ୍କ ପାଇଁ ବାଲିପାଟଣା ଆଜି ଜାତୀୟ ସ୍ତରରେ ପରିଚିତ ଏବଂ ସେ ଓଡ଼ିଆର ଅସ୍ମିତା ବୋଲି ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଶିକ୍ଷାବିତ ଅଧ୍ୟାପକ ଭାରତ ଭୂଷଣ ମହାନ୍ତି କହିଥିଲେ । ଏହି ଅବସରରେ ରବି ରାୟ ଙ୍କ ସମାଧି ପୀଠରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ଜଣେ ମେଧାବୀ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଭୋଇଙ୍କୁ ରବି ରାୟ ଙ୍କ ଧର୍ମପତ୍ନୀ ଙ୍କ ନାମରେ ଡକ୍ଟର ସରସ୍ବତୀ ସ୍ୱାଇଁ ମେଧାବୃତ୍ତି ସମ୍ମାନ ଓ଼ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ମନୋରଞ୍ଜନ ରାୟ ପରିଚାଳନା କରିଥିଲେ।

ଅନ୍ୟତମ ଅତିଥିଭାବେ ରମେଶ ଚନ୍ଦ୍ର ସାହୁ, ଦେବ ପ୍ରସାଦ ରାୟ, ପିତାମ୍ବର ମହାପାତ୍ର , ଦିଲ୍ଲୀପ କୁମାର ଓଝା, ଦୁର୍ଯ୍ୟୋଧନ ପାତ୍ର, ଦିଲ୍ଲୀପ ବଳିୟାର ସିଂ, ମାଗୁଣି ଚରଣ ସେଠୀ, ପ୍ରଶାନ୍ତ କୁମାର ପାତ୍ର, କାଶୀନାଥ ବାରିକ, ସଞ୍ଜୟ କୁମାର ବରାଳ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସୁଜାତା ଦାଶ ଓ଼ ତାଙ୍କ ସାଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସ୍ମୃତି ସଂସଦ ସମ୍ପାଦକ ଭଗବାନ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରୀଡା ସାମ୍ବାଦିକ ତଥା ବାଲିପାଟଣା ପ୍ରେସ୍ କ୍ଲବ୍ ସମ୍ପାଦକ ସୁରେଶ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо