ରାମ ନବମୀ ପାଇଁ ଆଜ୍ଞାମାଳ ନେଲେ ମନମୋହନ

Oplus_16908288

ଭଦ୍ରକ: ଭଦ୍ରକ ପ୍ରସିଦ୍ଧ ଶ୍ରୀରାମ ନବମୀ ପାଇଁ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରୁ ଯାଇଛି ଆଜ୍ଞାମାଳ।
ବାବାଙ୍କ ପାଖରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ଆସିଥିଲା। ପରେ ଘଣ୍ଟ ଘଣ୍ଟା କିର୍ତ୍ତନ ସହ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟମାନେ ମନ୍ଦିର ବେଢ଼ା ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ପରେ ଏକ ସୁସଜ୍ଜିତ ରଥରେ ଆଜ୍ଞାମାଳ ବିଜେ କରାଇଥିଲେ। ଏହି ରଥକୁ ଶ୍ରଦ୍ଧାଳୁମାନେ  ଭକ୍ତ ନଗରୀ ପରିକ୍ରମା କରାଇ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *