ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।

ସୂଚନା ଅନୁଯାୟୀ, ଆଜି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ବିରୋଧୀ ଓ ଶାସକ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀ ଓ ଶାସକ ବିଧାୟକଙ୍କ ହାତାହାତି ଦୃଶ୍ୟ ମଧ୍ୟ ଆଜି ଦେଖିବାକୁ ମିଳିଥିଲା। ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ବିରୋଧ କରିଥିଲା ଶାସକ ବିଜେପି। ପ୍ରଶ୍ନକାଳ ସମୟରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିବା ସମୟରେ ବିରୋଧୀ କଂଗ୍ରେସ ତାଙ୍କୁ କହିବାକୁ ବିରୋଧ କରିବା ସହିତ ତାଙ୍କ ମାଇକକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଓ କହିବାକୁ ଦେଇନଥିଲେ।

ଅନ୍ୟପଟେ  ମହିଳା ବାଚସ୍ପତିଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ତଥା ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି। ସରକାରୀ ଦଳର ମୁଖ୍ୟ ସଚେତକ କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କୁ ୭ ଦିନ ନିଲମ୍ବିତ କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ବାଚସ୍ପତି ଗୃହୀତ କରିବା ସହ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରିଛନ୍ତି। ଅନ୍ୟପଟେ ଗୃହରେ ହଙ୍ଗମା ପାଇଁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ଦୋଷ ଲଦିଥିଲେ ଉଭୟ କଂଗ୍ରେସ ଓ ବିଜେଡି ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо