ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଅନୁଷ୍ଠିତ

ବାଲିଅନ୍ତା (ଅରୁଣ ଶତପଥୀ) : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଓ ପୁରସ୍କାର ବିତରଣ ଉତ୍ସବ ଆଜି ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଟ ସଦସ୍ୟ ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କଲାପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ, ମୁଖ୍ୟବକ୍ତା ଶିକ୍ଷାବିତ୍ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ମାନୀତ ଅତିଥି ତଥା ବିଜୟରାମ ମେଧାବୃତ୍ତି କମିଟିର ଅଧ୍ୟକ୍ଷ ଡାକ୍ତର ରାଧାନାଥ ପ୍ରହରାଜ ପ୍ରଭୃତି ଛାତ୍ରଛାତ୍ରୀମାନଙ୍କ ପ୍ରତି ତାଙ୍କର ଉପଦେଶାତ୍ମକ ବକ୍ତବ୍ୟ ରଖିଥିଲେ।

ପୁରଣପଧାନ ସରପଞ୍ଚ ଦୁର୍ଯ୍ୟୋଧନ ମଲ୍ଲିକ, ପୂର୍ବତନ ସରପଞ୍ଚ ମାନସ କୁମାର ନାୟକ, ଶିକ୍ଷାବିତ୍ ନାରାୟଣ ବେହେରା, ବିଶିଷ୍ଟ ସମାଜସେବୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛାତ୍ର ସଂସଦ ସଭାପତି ଉପେନ୍ଦ୍ର କୁମାର ବାରିକ, ଛାତ୍ର ସଂସଦ ସମ୍ପାଦକ ଇଁ. ସନ୍ତୋଷ କୁମାର ସେଠୀ ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସେମାନଙ୍କ ଉପାଦେୟ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ଅଞ୍ଚଳର ଅନେକ ବୁଦ୍ଧିଜୀବି, ବରିଷ୍ଠ  ନାଗରିକ, ଅଭିଭାବକ ଓ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସଭାକୁ ଶିକ୍ଷକ ସର୍ବେଶ୍ଵର ନାୟକ ପରିଚାଳନା କରିଥିବା ବେଳେ, ଶେଷରେ ଅନ୍ୟତମ ଶିକ୍ଷକ ହୃଦାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо