କୋଟିପତି ଯୁଗ୍ମ କମିଶନର ବନ୍ଧା ହେଲେ

ଭୁବନେଶ୍ଵର: ଗିରଫ ହେଲେ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବା ବେଳେ ଘରୁ ୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଟଙ୍କା ଠାବ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଗୁରୁବାର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଟ୍ରାନ୍ସପୋର୍ଟ ଯୁଗ୍ମ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ଘରେ ଚଢାଉ ହୋଇଥିଲା । ଏକାସାଙ୍ଗେ ୯ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ପୈତୃକ ବାସଭବନ, ଅଫିସ ଆଦି ୯ଟି ସ୍ଥାନରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ଚଢାଉ ବେଳେ ପୁଳାପୁଳା ଟଙ୍କା ସହ ପ୍ଲଟ, ଫ୍ଲାଟ୍ ଆଉ ବହୁ ପରିମାଣର ସୁନା ଜବତ ହୋଇଥିଲା। ଏକ ଘରୁ ନଗଦ ୧୭ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା, ଏହାସହ ଦୁଇ କେଜିରୁ ଅଧିକ ପରିମାଣର ସୁନା ମଧ୍ୟ ମିଳିଥିଲା । ତେବେ ଗୁରୁବାର ଭିଜିଲାନ୍ସ ଚଢାଉରେ ମୋଟ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ ହୋଇଥିବାର ସୂଚନା ମିଳିଛି । ଏସବୁ ମଧ୍ୟରେ ୪ଟି ବହୁତଳ କୋଟା, ୧ କୋଟି ଟଙ୍କାର ଫ୍ଲାଟ୍‌, ୧୧ଟି ପ୍ଲକ, ୧୪ ଏକ ଜମିରେ ଫାର୍ମ ହାଉସ୍‌ ରହିଛି ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо