ଉତ୍କଳ ଦିବସରେ ହେବ ଜୟଦେବ ଗଣଦୌଡ

ବାଲିଅନ୍ତା (ଅରୁଣ ଶତପଥୀ): ପବିତ୍ର ଉତ୍କଳ ଦିବସ ଅବସରରେ ନିର୍ଭୀକ ଖବର ଓ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜୟଦେବ ଗଣଦୌଡ-୨୦୨୫ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବାଳକାଟି ସ୍ଥିତ ଶ୍ରୀ କନଭେସନ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ବାଳକାଟି ସ୍ଥିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ହୀରାପୁର ସ୍ଥିତ ମା’ ମହାମାୟା ୬୪ ଯୋଗିନୀ ପୀଠରେ ଶେଷ ହେବ। ଏଥିରେ ୧୮ ରୁ ୩୫ବର୍ଷ ବର୍ଗର ଉଭୟ ମହିଳା ଓ ପୁରୁଷ ଭାଗନେଇପାରିବେ ।

ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ୧୦ ହଜାର, ୭ ହଜାର ଏବଂ ୫ ହଜାର ଟଙ୍କାର ଆର୍ଥିକ ରାଶି ପୁରସ୍କାର ଭାବରେ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ଆଜିଠାରୁ ଇଚ୍ଛୁକ ପ୍ରତିଯୋଗୀ ପଞ୍ଜିକରଣ କରିପାରିବେ। ପ୍ରତିଯୋଗୀ ମାନେ info.nirbhikakhabar@gmail.com ଇମେଲ ଆଇଡି କିମ୍ବା ୯୪୩୯୧୧୫୭୨୯ ୱାଟ୍ସଆପ ନମ୍ବର ଜରିଆରେ ନିଜର ନାମ, ବୟସ ଓ ମୋବାଇଲ ନମ୍ବର ଦେଇ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ନିମନ୍ତେ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୯୯ ଟଙ୍କା ଦେୟ ଦେବାକୁ ପଡିବ।

ଜୟଦେବ ନିର୍ବାଚନ ମଣ୍ଡଳୀର ଐତିହ୍ୟ ଓ ପର୍ଯ୍ୟଟନକୁ ସମୃଦ୍ଧ ତଥା ଜୀବନ୍ତ କରିବାକୁ ଏହା ଏକ ଆହ୍ବାନ ବୋଲି ‘ନିର୍ଭୀକ ଖବର’ ର ସମ୍ପାଦକ ଆଶୁତୋଷ ଚୌଧୁରୀ ମତ ରଖିଥିଲେ। ଯୁବ ବର୍ଗଙ୍କୁ ଏହି ଗଣଦୌଡରେ ଭାଗନେଇ ଆମ ଅଞ୍ଚଳର ଗର୍ବ ଗୌରବକୁ ଆଗେଇ ନେବାକୁ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ ଅରବିନ୍ଦ ଢ଼ାଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ଓ ଶିଶୁ ଅନନ୍ତ ପ୍ରେସ୍ କ୍ଳବର ସଭାପତି ବିଦ୍ୟାଭୂଷଣ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଭୀକ ଖବର ସହ ସମ୍ପାଦକ ପ୍ରଳୟ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо