Headlines

ଏମିତି କରୁଛନ୍ତି କି ? ହୋଇଯିବେ ବଧିର ..

ନୂଆଦିଲ୍ଲୀ: ଆଜି କାଲି କାନରେ ଯାହାର ଦେଖା ଇୟରଫୋନ୍ ଏବଂ ହେଡଫୋନ୍ ନିହାତି ଲାଗିଥିବ। ରାସ୍ତା ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠୁ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାରର ଚାହିଦା ରହିଛି। ହେଲେ ଏହାକୁ ନେଇ ଏବେ ସତର୍କ କରାଇଲାନି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଅଧିକ ସମୟ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର କରିବା କାନ ପାଇଁ ବଡ଼ କ୍ଷତି ଆଣିବା ନେଇ ଚେତାବନୀ ଦେଲାଣି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିବାନୁଯାୟୀ, ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର କରିବା ସ୍ଥାୟୀ ଶ୍ରବଣ ଶକ୍ତି ହ୍ରାସ କରିପାରେ । ମନ୍ତ୍ରଣାଳୟ ନିୟମିତ ବିରତି ସହିତ ଦିନକୁ ଦୁଇ ଘଣ୍ଟା ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର ସୀମିତ ରଖିବାକୁ ସୁପାରିଶ କରିଛି। ଏନେଇ ସବୁ ରାଜ୍ୟକୁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ଶବ୍ଦର ସଂସ୍ପର୍ଶରେ ରହିବା ଶ୍ରବଣ ଶକ୍ତିକୁ କ୍ଷତି ପହଞ୍ଚାଇପାରେ। ଆଉ ଆଜିକା ଯୁବ ପିଢିଙ୍କ ମଧ୍ୟ ହାଇ ଭଲ୍ୟୁମରେ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର କରୁଛନ୍ତି। ଯେଉଁ କାରଣରୁ ଅଧିକ ବିପଦରେ ଅଛନ୍ତି ଯୁବପିଢି। ଦୀର୍ଘ ସମୟ ପର୍ଯ୍ୟନ୍ତ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର ଟିନିଟସ୍ ଏବଂ ଶ୍ରବଣ ଶକ୍ତି ହ୍ରାସ କରିପାରେ। ଯାହା ପୁନରୁଦ୍ଧାର କରାଯାଇପାରିବ ନାହିଁ।

ଯାହାକୁ ନେଇ ଏବେ ସତର୍କ କରିଛି କେନ୍ଦ୍ର ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ସୁପାରିଶ ଅନୁସାରେ, ଦିନକୁ ଦୁଇ ଘଣ୍ଟା ବ୍ୟବହାର ସୀମିତ ରଖନ୍ତୁ, ନିୟମିତ ବିରତି ନିଅନ୍ତୁ, ଯଦି ଇୟରଫୋନ୍ ବ୍ୟବହାର କରୁଛନ୍ତି, ତେବେ ଭଲ୍ୟୁମ୍ ୫୦ ଡେସିବେଲ୍ କିମ୍ବା ତା’ଠାରୁ କମ୍ ରଖନ୍ତୁ, ଆଉ ଯଥୋଚିତ ଅନାବଶ୍ୟକ ବ୍ୟବହାର ଏଡ଼ାନ୍ତୁ ବୋଲି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଏଥିସହିତ ମନ୍ତ୍ରଣାଳୟ ଏହା ବି କହିଛି ଯେ, ଆମେରିକୀୟ ଅଷ୍ଟିଓପାଥିକ୍ ଆସୋସିଏସନ୍ ପ୍ରତିଦିନ ୬୦ ମିନିଟ୍ ପାଇଁ MP3 ଡିଭାଇସଗୁଡ଼ିକୁ ସର୍ବାଧିକ ଭଲ୍ୟୁମ୍ ର ୬୦ ପର୍ଯ୍ୟନ୍ତ ସୀମିତ ରଖିବାକୁ ସୁପାରିଶ କରିଛି। ୬୦ ବର୍ଷରୁ ଅଧିକ ବ୍ୟକ୍ତି, ପରିବାରରେ ଶ୍ରବଣ ଶକ୍ତି ହ୍ରାସର ଇତିହାସ ଥିବା ବ୍ୟକ୍ତି କିମ୍ବା ଉଚ୍ଚ ଶବ୍ଦର ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ବାର୍ଷିକ ନିଜର କାନ ଯାଞ୍ଚ କରାଇବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ