ନୂଆଦିଲ୍ଲୀ: ଇରାନ ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଦେଶବ୍ୟାପୀ ଲକଡାଉନ୍ ହେବା ନେଇ ଚାଲିଥିବା ଆଲୋଚନା ଗୁଜବରେ ପରିଣତ ହୋଇଛି। ସାମାଜିକ ଗଣମାଧ୍ୟମରେ ଗୁଜବ ଜନସାଧାରଣଙ୍କ ମଧ୍ୟରେ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ କରିଛନ୍ତି। ଦେଶରେ କୋଭିଡ ଭଳି ଲକଡାଉନ୍ ଲାଗୁ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସୂଚନା ଦେଇଥିବା ବେଳେ ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଲକଡାଉନ ଗୁଜବର ଜବାବ ଦେଇଛନ୍ତି। ସେ ବିରୋଧୀଙ୍କୁ ମଧ୍ୟ ପରୋକ୍ଷ ଭାବେ ଟାର୍ଗେଟ କରି କହିଛନ୍ତି, “ମୁଁ ଲୋକଙ୍କୁ ଆଶ୍ୱସ୍ତି ଦେଇ କହୁଛି କୌଣସି ଲକ୍ଡାଉନ୍ ହେବ ନାହିଁ।” “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କିଛି ନେତା କହୁଛନ୍ତି, ଲକ୍ଡାଉନ୍ ହେବ ଏବଂ ଇନ୍ଧନର ଅଭାବ ଦେଖାଦେବ। କିନ୍ତୁ ଏଗୁଡ଼ିକ ଭିତ୍ତିହୀନ ଦାବି। ରାଜନୈତିକ କ୍ଷେତ୍ରରେ ଥିବା ଲୋକଙ୍କ ଏପରି ବୟାନ ଚିନ୍ତାର ବିଷୟ।
