ଓଡ଼ିଶା ପାଳିଲା ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ଏବଂ ସ୍ଥିରତା ଓ ପ୍ରଗତିର ମଜବୁତ୍ ଭିତ୍ତି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ରବିବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଭାରତର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛିନ୍ତି ।

ଜାତୀୟ ଏକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ କହିଥିଲେ ଯେ, ପରସ୍ପରର ପର୍ବ ପାଳନ, ବିଭିନ୍ନ ଭାଷା ଶିଖିବା ଏବଂ ବିବିଧ ପରମ୍ପରାକୁ ଗ୍ରହଣ କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଏକତାର ବନ୍ଧନ ମଜବୁତ ହୁଏ। ଏହି ଚେତନା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ “ଏକ ଭାରତ ଶ୍ରେଷ୍ଠ ଭାରତ” ଦର୍ଶନକୁ ପ୍ରତିଫଳିତ କରୁଛି, ଯାହା ବିଭିନ୍ନ ରାଜ୍ୟର ଲୋକଙ୍କ ମଧ୍ୟରେ ଗଭୀର ସାଂସ୍କୃତିକ ବୁଝାମଣା ଏବଂ ଭାବଗତ ଏକୀକରଣକୁ ପ୍ରୋତ୍ସାହିତ କରୁଛି। ପଶ୍ଚିମବଙ୍ଗର ସଂଗୀତ, ନାଟକ, ଖାଦ୍ୟ ଏବଂ ପର୍ବ-ପର୍ବାଣି ମାଧ୍ୟମରେ ପ୍ରକାଶିତ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଶେଷ କରି ଦୁର୍ଗା ପୂଜାକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ଭାବେ ସ୍ୱୀକୃତି ମିଳିଥିବାର କହିଥିଲେ।

କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ଐତିହ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏକ ଅଡ଼ିଓ-ଭିଜୁଆଲ୍ ପ୍ରଦର୍ଶିତ ହୋଇଥିଲା। ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ ଆର୍.ଏନ୍. ରବିଙ୍କ ଅଡ଼ିଓ-ଭିଜୁଆଲ୍ ବାର୍ତ୍ତା ମଧ୍ୟ ପ୍ରଦର୍ଶିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *