ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି l ସେଥିରୁ ଗୋଟିଏ ସପ୍ତଦଶ ବିଧାନସଭା ୪ର୍ଥ ଅଧିବେଶନ ର ସତ୍ରାବସାନ ସମ୍ପର୍କିତ ଥିଲା l କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସେଗୁଡିକ ହେଲା..
କ୍ୟାବିନେଟ୍ରେ ୨୦୨୫-୨୬ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିକୁ ଅନୁମୋଦନ ଦିଆଯାଇଛି, ଯେଉଁଥିରେ ଖରିଫ ଋତୁରେ ୬୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୨୦୨୫-୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ୧ ହଜାର ୪୩୭ କୋଟି ଟଙ୍କା ବ୍ୟୟବରାଦ ମଞ୍ଜୁର ହୋଇଛି, ଯାହାଦ୍ୱାରା ୧ ଲକ୍ଷ ୨୩ ହଜାର ୪୮୮ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ।
ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ୧୯,୯୪୧ କୋଟି ଏବଂ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୭,୯୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅଧୀନରେ ୬ଟି ପ୍ରମୁଖ ପ୍ରକଳ୍ପ-କାଟ୍ରା ସଂଯୋଗୀକରଣ (କଂସପାଳ ଫିନ୍ଦର ଚ୍ୟାନେଲ), ବାହୁଡ଼ା-ଋଷିକୁଲ୍ୟା ଅବବାହିକା (ନନ୍ଦିନୀ ନଳା), ହିରାଧର-ନାଟି ବନ୍ୟା ପ୍ରବାହ ଚ୍ୟାନେଲ, ବାହୁଡ଼ା-ଚାମ୍ପରା ସଂଯୋଗୀକରଣ, ଅଙ୍ଗ-ସୁକତେଲ ଗାର୍ଲାଣ୍ଡ କେନାଲ ଓ ତେଲେଙ୍ଗିରି-ଅପର କୋଲାବ ସଂଯୋଗୀକରଣ ପ୍ରକଳ୍ପ-ମାଧ୍ୟମରେ ଜଳକ୍ଷାମ ନଦୀ ଅବବାହିକାକୁ ଜଳସମୃଦ୍ଧ ନଦୀ ଅବବାହିକା ସହ ସଂଯୋଗ କରାଯିବ ।
ଏହା ସର୍ବୋତ୍ତମ ଜଳ ବଣ୍ଟନ, ଅତିରିକ୍ତ ଜଳ ସଂରକ୍ଷଣ, ମରୁଡ଼ି ନିରାକରଣ, ବନ୍ୟା ଆଶଙ୍କା ହ୍ରାସ ଓ କୃଷି ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ ।
ସେହିପରି, ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ ୨୦୨୫ ଏବଂ ସ୍ୱଚ୍ଛ ଓଡ଼ିଶା ଯୋଜନା ପାଇଁ ୧,୬୦୦ କୋଟି ଟଙ୍କା ଅନୁମୋଦିତ ହୋଇଛି ।
ଏହାସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ । ଓଡ଼ିଶା ଜନବିଶ୍ୱାସ ଅଧ୍ୟାଦେଶ ୨୦୨୫କୁ ମଞ୍ଜୁରୀ ମିଳିଥିବା ବେଳେ ଛୋଟ ଅପରାଧୀଙ୍କ ପାଇଁ ଦଣ୍ଡ ବଦଳରେ ଜରିମାନା ବ୍ୟବସ୍ଥା କରାଯାଇଛି । ଏହାସହ ୧୭ତମ ବିଧାନସଭାର ୪ର୍ଥ ଅଧିବେଶନର ସତ୍ରାବସାନକୁ ମଞ୍ଜୁରୀ ଦିଆଯାଇଛି ।
ରାଜ୍ୟରେ ନୂତନ ପୁଂଜିନିବେଶକୁ ଆକର୍ଷିତ କରିବା ପାଇଁ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଅଧିକ ନିଯୁକ୍ତି ସୁଯୋଗ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୫ ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ଏହାର ୨୭ତମ ବୈଠକରେ ଓଡ଼ିଶାରେ ପ୍ରୟୋଜ ନିମନ୍ତେ କାରଖାନା ଆଇନ ୧୯୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଅନୁମୋଦନ କରିଥିଲେ।
କ୍ଷୁଦ୍ର ବ୍ୟବସାୟ ଉପରେ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ମହିଳାମାନଙ୍କ ପାଇଁ ଅଧିକ କାର୍ଯ୍ୟ ଅଂଶଗ୍ରହଣ ସୁଯୋଗକୁ ପ୍ରୋତ୍ସାହିତ କରିବା ନିମନ୍ତେ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି ।
“ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ ୨୦୨୫”କୁ ମଞ୍ଜୁରୀ ମିଳିଛି। ଏହା କ୍ଷୁଦ୍ର ଓ ପ୍ରକ୍ରିୟାଗତ ଅପରାଧକୁ ଅପରାଧମୁକ୍ତ କରିବା, ଖଣ୍ଡକୁ ଯୁକ୍ତିଯୁକ୍ତ କରିବା ଏବଂ ଅନାବଶ୍ୟକ ନିୟାମକ ବୋଝ ହ୍ରାସ କରି ବ୍ୟବସାୟ ଓ ଜୀବନଧାରଣରେ ସହଜତା (EoDB ଓ EoL) ବୃଦ୍ଧି କରିବ ।
ରାଜ୍ୟ କ୍ୟାବିନେଟ୍ର ଗୃହୀତ ନିଷ୍ପତ୍ତି କ୍ରମେ ‘ସ୍ବଚ୍ଛ ଓଡ଼ିଶା’ ନାମିତ ରାଜ୍ୟ ଯୋଜନାରେ ପାଞ୍ଚ ବର୍ଷର ଅବଧି (ଆର୍ଥିକ ବର୍ଷ ୨୦୨୫-୨୬ରୁ ୨୦୨୯-୩୦) ପାଇଁ ୧୬୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି ।
