ଜଳେଶ୍ଵର ପଡ଼ାରେ ଦୋଳ ମେଳଣ, ଅହୋରାତ୍ର ନାମଯଜ୍ଞ

ଜଗତସିଂହପୁର : ପବିତ୍ର ଦୋଳ ଉତ୍ସବରେ ପ୍ରଭୁ ଦୋଳଗୋବିନ୍ଦଙ୍କ ବିବାନ ଯାତ୍ରା ଅବସରରେ ନଉଗାଁ ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପଡା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦ୍ବାଦଶ ବର୍ଷରେ ପଦାର୍ପଣ କରିଥିବା ଉତ୍ସବରେ ଚଳିତ ବର୍ଷ ପ୍ରଭୁ ଗୋପୀନାଥ ଜୀଉ ଝୁଲଣ ମଣ୍ଡପରେ ବିବାନରେ ଅଧିଷ୍ଠିତ ହୋଇ ଗ୍ରାମବାସୀଙ୍କୁ ଆର୍ଶୀବାଦ କରିବା ସହିତ ତିନି ଦିନ ବ୍ୟାପୀ ଅହୋରାତ୍ର ନାମଯଜ୍ଞ ଚାଲିଥିଲା। ଶେଷ ଦିନରେ ନଗର ପରିକ୍ରମା ଓ ଦଧି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଗ୍ରାମର ଯୁବକ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ତଥା ମୁଖ୍ୟ ଉଦ୍ୟେକ୍ତା ସ୍ବର୍ଗତ ଯୁଗଳ କିଶୋର ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିଥିଲେ ଗ୍ରାମବାସୀ। ଏହା ସହିତ ଗ୍ରାମର ପ୍ରମୁଖ ବ୍ୟକ୍ତିତ୍ୱ ସୁଧିର କୁମାର ମହାନ୍ତି,ସରୋଜ କୁମାର ମହାନ୍ତି,ଅନୁପ କୁମାର ମହାନ୍ତି,ବିନୟ ଭୂଷଣ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି,ମାନସ ଦାସ,ଆଶୀଷ କୁମାର ମହାନ୍ତି, ଶରତ ବାରିକ, ଦେବେନ୍ଦ୍ର ବାରିକ, ପ୍ରଭାତ ମହାନ୍ତି, ପ୍ରହଲ୍ଲାଦ ମହାନ୍ତି, ସନ୍ତୋଷ ମହାନ୍ତି, ବାଦଲ ମହାନ୍ତି, ବୁଲୁ ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି, ପ୍ରଭାସ ରଂଜନ ମହାନ୍ତି, ହେମନ୍ତ ବାରିକ, ହିମାଂଶୁ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବ ସାରା ଅଞ୍ଚଳରେ ଭାଇଚାରା ଓ ବନ୍ଧୁତ୍ବପୂର୍ଣ୍ଣ ଆବେଗ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

ଉପରକୁ ଯାଆନ୍ତୁ
Технический партнер Килограмм казино зеркалоПровайдер услуг Орка 88 казино зеркалоПромо-партнер Лотору казиноБизнес-партнер Магнит казиноПри поддержке Эномо