୧୧ ବଲ୍‌ରେ ହାପ୍ ସେଞ୍ଚୁରୀ, ସୂର୍ଯ୍ୟବଂଶୀଙ୍କ ରେକର୍ଡ

ନୂଆଦିଲ୍ଲୀ:  ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ।   ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ୧୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ୨୧ ବର୍ଷର ପୁରୁଣା ଲିଷ୍ଟ-ଏ’ ରେକର୍ଡ ଭାଙ୍ଗିଛନ୍ତି। ସେ ଖେଳିଥିବା ପ୍ରଥମ ୧୧ ବଲ୍‌ରେ ଯଥାକ୍ରମେ ୪, ୪, ୪, ୬, ୬, ୦, ୬, ୪, ୪, ୬, ୬ ରନ କରିଥିଲେ। ଲଗାତର ଦୁଇ ଛକା ସହିତ ସେ ତାଙ୍କ ହାପ ସେଞ୍ଚୁରୀ ମାରିଥିଲେ। ଏହି ରେକର୍ଡ ପୂର୍ବରୁ ଶ୍ରୀଲଙ୍କାର କୌଶଲ୍ୟା ୱିରାରତ୍ନେଙ୍କ ନାମରେ ଥିଲା। ସେ ୨୦୦୫ରେ ୧୨ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ବୈଭବ ମୋଟ୍  ୨୯  ବଲ୍‌ରେ ୯୪ ରନ କରି ଆଉଟ୍ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *