WEATHER UPDATE: ବଢିବ ତାତି, ଲାଗିରହିବ କାଳବୈଶାଖୀ…

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ । ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହେଉଛି। ଏହିଭଳି ଆହୁରି ୭ ଦିନ ରାଜ୍ୟରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ଲାହିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ତେବେ ରାଜ୍ୟ ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ସମୁଦ୍ର ପତ୍ତନଠାରୁ ୦.୯ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଗଭୀର ଟ୍ରଫ୍ ରେଖା ବିସ୍ତାର କରିଥିବାରୁ ଓଡ଼ିଶାରେ ପାଗ ଅତ୍ୟନ୍ତ ଅସ୍ୱାଭାବିକ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ୨୮ ଏବଂ ୨୯ ମାର୍ଚ୍ଚରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ, ମୁଖ୍ୟତଃ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନ୍ୟାନ୍ୟ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ତାପମାତ୍ରା ରହିବ।

ଶୁକ୍ରବାର, ଛଅଟି ସ୍ଥାନ ପୂର୍ବରୁ ୩୯ ଡିଗ୍ରୀ ସେଲସିୟସ ଛୁଇଁସାରିଛି, ଟିଟିଲାଗଡ଼ ସର୍ବାଧିକ ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ୩୯ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ, ଭବାନୀପାଟଣା ଏବଂ ସୋନପୁର ରହିଛି।

ପାଣିପାଗ ବିଭାଗ କହିଛି ଯେ ଟ୍ରଫ୍ ଲାଇନ ଏବଂ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟ ସାରା ବ୍ୟାପକ ଝଡ଼ବର୍ଷା, ବିଜୁଳି ଏବଂ କୁଆପଥର ବୃଷ୍ଟି ଜାରି ରହିବ। ସପ୍ତାହ ସାରା ଉପକୂଳବର୍ତ୍ତୀ ଅଞ୍ଚଳ ମେଘୁଆ ରହିବାର ସମ୍ଭାବନା ଅଛି। ଏନେଇ ବିଭିନ୍ନ ଜିଲ୍ଲାକୁ ଓରେଞ୍ଜ୍ ଏବଂ ୟେଲୋ ୱାଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଚାରି ଦିନ ମଧ୍ୟରେ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ପାଗ ଦୁର୍ବଳ ହେବା ସହିତ ଏପ୍ରିଲ ୧ ରୁ ତାପମାତ୍ରା ପ୍ରାୟ ସ୍ୱାଭାବିକ ସ୍ତର ୩୭-୩୮° ସେଲସିୟସକୁ ଫେରିଯିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *