ଭୁବନେଶ୍ୱର: ରାଜ୍ୟରେ ପୁଣି ଦେଖାଦେବ କାଳବୈଶାଖୀ ପ୍ରଭାବ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପବନ ବହିବାର ଆଶଙ୍କା ରହିଛି । ସେହିପରି ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ ଜାରି ହୋଇଛି। ଏହି ସମୟରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ଝଡ଼ ପବନ ସମ୍ଭାବନା ନେଲ ସତର୍କ କରାଯାଇଯାଇଛି।
ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ସମ୍ଭାବନା ଅଛି। ଶୁକ୍ରବାର ଉତ୍ତର ଓଡ଼ିଶା, ଉତ୍ତର ଉପକୂଳ ଜିଲ୍ଲା ସମେତ ଦକ୍ଷିଣର କେତେକ ସ୍ଥାନରେ ବର୍ଷା ସହ ପବନ ଏବଂ ବଜ୍ରପାତ ଆଶଙ୍କା ଅଛି ।
